ରାଷ୍ଟ୍ରପତି ନିର୍ବାଚନ: ମଜଭୁତ ହେଉଛି NDA, ବିରୋଧୀଙ୍କୁ ଝଟକା; ନବୀନଙ୍କ ଉପରେ ସମସ୍ତଙ୍କ ନଜର
Advertisement

ରାଷ୍ଟ୍ରପତି ନିର୍ବାଚନ: ମଜଭୁତ ହେଉଛି NDA, ବିରୋଧୀଙ୍କୁ ଝଟକା; ନବୀନଙ୍କ ଉପରେ ସମସ୍ତଙ୍କ ନଜର

Presidential Election 2022: ବିରୋଧୀ ଏକତା ପାଇଁ ୨୦୨୨ର ରାଷ୍ଟ୍ରପତି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ । ବିରୋଧୀ ଦଳ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ସୁଯୋଗ ଖୋଜୁଛନ୍ତି । ୨୦୧୭ ରାଷ୍ଟ୍ରପତି ନିର୍ବାଚନ ପରଠାରୁ ବିଜେପି ଶିରୋମାନି ଅକାଲୀ ଦଳ, ଶିବସେନା ଏବଂ ତେଲୁଗୁ ଦେଶମ ପାର୍ଟି (TDP) ସମେତ ସହଯୋଗୀ ଦଳ ହରାଇଛି । ଏହା ଏକ ନମ୍ବର ଗେମ୍ ହେବ ଯାହା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର ପରୀକ୍ଷା ନେବ ।

ରାଷ୍ଟ୍ରପତି ନିର୍ବାଚନ: ମଜଭୁତ ହେଉଛି NDA, ବିରୋଧୀଙ୍କୁ ଝଟକା; ନବୀନଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (President Ram Nath Kovind) ଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେବାକୁ ଯାଉଛି । ଯଦି ଶାସକ ଭାରତୀୟ ଜନତା ପାର୍ଟି (BJP) ତାଙ୍କୁ ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ନ କରିବ ତେବେ ଦେଶକୁ ଏକ ନୂଆ ରାଷ୍ଟ୍ରପତି ମିଳିବ । ଉଭୟ ଶାସକ ଦଳ ଓ ବିରୋଧୀ ଏ ନେଇ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ବିଜେପି ନେତୃତ୍ୱାଧୀନ NDA ପାଖରେ ବର୍ତ୍ତମାନ ୯,୦୦୦ରୁ କମ୍ ଭୋଟ୍ ରହିଛି । ଏହାକୁ ପୂରଣ କରିବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା (Amit Shah) ଙ୍କ କାନ୍ଧରେ ରହିବ । ସେପଟେ ବିରୋଧୀଙ୍କୁ ବଡ଼ ଧରଣର ଝଟକା ଲାଗିପାରେ । ଆନ୍ଧ୍ର ପ୍ରଦେଶରେ ଜଗନମୋହ‌ନ ରେଡ୍ଡୀ (Jaganmohan Reddy) ଙ୍କ YSRCP ଓ ଓଡିଶାରେ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ବିଜୁ ଜନତା ଦଳ ବା ବିଜେଡି (BJD) ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିପାରନ୍ତି । 

ଚଳିତ ବର୍ଷ ଜୁନ ମଧ୍ୟଭାଗରେ ରାଷ୍ଟ୍ରପତି ନିର୍ବାଚନ (Presidential Election 2022) ର ବିଜ୍ଞପ୍ତି ଜାରି ହେବାର ସମ୍ଭାବନା ରହିଛି । ମିଳିତ ସୂଚନାନୁସାରେ, ବିଜେପି (BJP) ନେତୃତ୍ୱ ଏହା ଉପରେ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିସାରିଛନ୍ତି । ପ୍ରାର୍ଥୀଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥି ସହିତ ଅଣ-ଏନଡିଏ ଦଳ ସହ କଥାବାର୍ତ୍ତା ମଧ୍ୟ ଚାଲିଛି । ଚଳିତ ମାସରୁ ଏସବୁ ଦଳ ସହ ଆନୁଷ୍ଠାନିକ କଥାବାର୍ତ୍ତା ଓ ଯୋଗାଯୋଗର କାର୍ଯ୍ୟ ଆରମ୍ଭ ହେବ ।

ଅନ୍ୟପଟେ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ (Presidential Election 2022) ରେ ​​ବିଜେପି ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଦଳ ଏକ ସାଧାରଣ ସହମତିରେ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ଆରମ୍ଭ କରିଛନ୍ତି । ମେ' ଆରମ୍ଭରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି । ଏହା ମଧ୍ୟରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଅଧ୍ୟକ୍ଷ (Telangana Rashtra Samithi: TRS President) ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (K Chandrasekhar Rao) ବିରୋଧୀ ଦଳର ପ୍ରାର୍ଥୀଙ୍କ ପାଇଁ ସମର୍ଥ ଯୋଗାଡ଼ କରିବା ପାଇଁ ବିଜେଡି (BJD) କୁ  ସାଥ୍ ଆଣିବା ପାଇଁ ଦଳର ନେତାଙ୍କୁ ନିଯୁକ୍ତ କରିଛନ୍ତି ।

ବିଜେଡି (BJD) ମୋଦି ସରକାର (Modi Government) ଙ୍କୁ ବିଭିନ୍ନ ସମୟରେ ସମର୍ଥନ ଦେଇଆସୁଛନ୍ତି । ଜାମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ଓ ସଂସଦରେ ତିନି ତଲାକ ସମେତ ଗୁରୁତ୍ୱପୂର୍ଣ୍ଣ ଆଇନ ସପକ୍ଷରେ ବିଜେଡି ୨୦୧୯ରେ ଭୋଟ୍ ଦେଇଥିଲା । ତେବେ ବିରୋଧୀଦଳ ଅନୁଭବ କରୁଛନ୍ତି ଯେ, ସେମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (BJD Chief Naveen Patnaik) ଙ୍କୁ ମନାଇ ପାରିବେ । ସେପଟେ ଜଗନମୋହନ ରେଡ୍ଡୀଙ୍କ YSRCP ମଧ୍ୟ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାର ମୁଡରେ ଅଛି ।

ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ (President's electoral college) ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି (BJD) ଓ YSR ର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି ।

ଅଧିକ ପଢ଼ନ୍ତୁ:-୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ ବିଜେପି, ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ କିଏ? ଚର୍ଚ୍ଚାରେ ଏସବୁ ନାମ​

ବିରୋଧୀ ଏକତା ପାଇଁ ୨୦୨୨ର ରାଷ୍ଟ୍ରପତି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ । ବିରୋଧୀ ଦଳ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ସୁଯୋଗ ଖୋଜୁଛନ୍ତି । ୨୦୧୭ ରାଷ୍ଟ୍ରପତି ନିର୍ବାଚନ ପରଠାରୁ ବିଜେପି ଶିରୋମାନି ଅକାଲୀ ଦଳ, ଶିବସେନା ଏବଂ ତେଲୁଗୁ ଦେଶମ ପାର୍ଟି (TDP) ସମେତ ସହଯୋଗୀ ଦଳ ହରାଇଛି । ଏହା ଏକ ନମ୍ବର ଗେମ୍ ହେବ ଯାହା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର ପରୀକ୍ଷା ନେବ ।

ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (Ram Nath Kovind) ଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁଲାଇ ୨୪ରେ ଶେଷ ହେବ । ଏଭଳି ପରିସ୍ଥିତିରେ ଜୁଲାଇରେ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ । ଏହା ପରେ ଉପରାଷ୍ଟ୍ରପତି ନିର୍ବାଚନ (Vice Presiden Elections) ହେବ । ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ​​କେବଳ ଲୋକସଭା (Lok Sabha) ଓ ରାଜ୍ୟସଭା (Rajya Sabha) ସାଂସଦମାନେ ଭୋଟ୍ ଦିଅନ୍ତୁ, ତେଣୁ ସେଠାରେ ବିଜେପି ଓ ଏନଡିଏର ବହୁମତ ରହିଛି ।

Trending news